ସିପିଏମ ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ବଜେଟ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ…

ବ୍ରହ୍ମପୁର : ସିପିଏମ  ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ  ସଭାପତିତ୍ୱ ରେ  ବ୍ରହ୍ମପୁର  ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ଏଥିରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାର ଚଳିତ ବଜେଟରେ ମନରେଗାରେ 60 ହଜାର କୋଟି, ଖାଦ୍ୟ ସବସିଡିରେ 90 ହଜାର କୋଟି, ପେଟ୍ରୋଲିୟମ ସବସିଡିରେ 7 ହଜାର କୋଟି,  ଗ୍ୟାସରେ 3500 କୋଟି ଓ  ସାର କ୍ଷେତ୍ରରେ 50 ହଜାର କୋଟି ହ୍ରାସ କରିବା ପାଇଁ ବଜେଟ ବ୍ୟୟ ବରାଦ ପାଇଁ ପ୍ରସ୍ତାବ ରଖିବା ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ବୋଲି ବର୍ଣ୍ଣନା କରିଥିଲେ।ଅନ୍ୟ ଦିଗରେ ଅଦାନୀ ଓ ଅମ୍ବାନୀ ଭଳି ବଡ କମ୍ପାନୀ ଗୁଡିକ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ରିହାତି ଓ ଅନୁଦାନ ଦେଉଛନ୍ତି।ତେଣୁ ଏହି ଜଣ ବିରୋଧୀ ବଜେଟ ବିରୋଧରେ ଜନ ସାଧାରଣ  ଆନ୍ଦୋଳନ ଗଢି ତୋଳିବା ପାଇଁ ସେ  ଆହ୍ୱାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଧର ଜେନା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ହରି ନାହାକ, ଚିଟିବାବୁ, ଗୋପାଳ ପାଣିଗ୍ରାହୀ, ଅଜିତ ପାଣିଗ୍ରାହୀ, ବାପିନି ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.