JMFC କୋର୍ଟରେ ହାଜର ପରେ ଝାରସୁଗୁଡା ସବ୍‌ ଜେଲକୁ ଗଲା ଗୋପାଳ

add-all

ଝାରସୁଗୁଡା : ଆଜି ଜେଲ ଗଲା ଗୋପାଳ । ଝାରସୁଗୁଡା JMFC କୋର୍ଟରେ ହାଜର କରାଯିବା ପରେ ତାକୁ ଝାରସୁଗୁଡା ଉପକାରାଗାର (ସବଜେଲ୍‌) କୁ ନେଇଛି କ୍ରାଇମବ୍ରାଞ୍ଜ ।ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ରାୟପୁରରୁ ଝାରସୁଗୁଡା ଅଣାଯାଇଥିଲା।ଗତକାଲି ରାତିରୁ ଅଣାଯାଇ ବିମାନ ବନ୍ଦର ଥାନାରେ ରଖାଯାଇଥିଲା।

ଆଜି ଝାରସୁଗୁଡା ବିମାନ ବନ୍ଦର ଥାନରୁ OSAP ଦ୍ଵିତୀୟ ବାଟାଲିୟନକୁ ନିଆଯାଇଥିଲା। ଆଜି ଗୋପାଳର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାକୁ JMFC କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ୩ ଟି ପର୍ଯ୍ୟାୟ ରିମାଣ୍ଡ ଶେଷରେ ଆଜି ଜେଏପଏମସି କୋର୍ଟରେ ହାଜର କରିବା ପରେ ଝାରସୁଗୁଡା ସବ୍‌ ଜେଲ୍‌ କୁ କ୍ରାଇମବ୍ରାଞ୍ଚ ନେଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.