ରିଲ୍ସ ମଝିରେ ବସ୍ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ : ସ୍କୁଲ ବସକୁ ଆକ୍ରମଣ କଲେ ୭ ଯୁବକ

add-all

ଭୁବନେଶ୍ବର: ରିଲ୍ସ ମଝିରେ ବସ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ। ସ୍କୁଲ ବସ ଉପରକୁ ଆକ୍ରମଣ କରିବା ସହ  ଡ୍ରାଇଭରକୁ ମଧ୍ୟ ମାଡପିଟ କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭୁବନେଶ୍ବର ସହିଦ ନଗର ଥାନ ଅଧିନସ୍ଥ ଖଣ୍ଡୁଆଳି ମନ୍ଦିର ନିକଟରେ ଥିବା BDA ପାର୍କ ନିକଟରେ । ମିଳିଥିବା ସୁଚନା ମୁତାବକ ଆଜି କିଛି ପିଲା ପାର୍କ ନିକଟରେ  ଇନଷ୍ଟଗ୍ରାମ୍ ରିଲ୍ସ ଭିଡଓ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ସେମାନଙ୍କ ରିଲ୍ସ ଭିଡିଓ ମଝିରେ ଏକ ସ୍କୁଲ ବସ୍ ଆସିଯାଇଥିଲା।

ଯାହା ଫଳରେ ସେମାନଙ୍କ ରିଲ୍ସ ଭିଡିଓ ବନେଇବାରେ ବ୍ୟାହତ ହେଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବକମାନେ ସ୍କୁଲ ବସ ଉପରେ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକେ ଯୁବକମାନଙ୍କୁ ଅଟକାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଘଟଣାରେ ସହିଦନଗର ଥାନା ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ୪ ଜଣ ଫେରାର ଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.