ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ଜଳିଗଲା ୧୧ ବଖରା

add-all

ବାଲେଶ୍ଵର: ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ନିଆଁରେ ଜଳିଗଲା ୧୧ବଖରା ଘର। ଏଥିରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ବସ୍ତିରେ ହୋଇଛି ଅଗ୍ନିକାଣ୍ଡ। ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସିଂଲା ଥାନା କାଦରାୟାଂ ଗାଁରୁ ବରଯାତ୍ରୀ ପ୍ରସେସନ କରି ଗାନ୍ଧିଛକ ବସ୍ତି ଭିତରେ ଯାଉଥିବା ବେଳେ ବାଣ ଫୁଟାଇଥିଲେ।

ବାଣର ନିଆଁ ଝୁଲ ପଡ଼ି ବସ୍ତି ଭିତରେ ୧୧ବଖରା ଘରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଘରଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଭସ୍ମୀଭୂତ ହୋଇ ଯାଇଥିଲା। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଘର ଗୁଡିକ ସମ୍ପୂର୍ଣ୍ଣ ଜଳି ସାରିଥିଲା।

ad-week
Leave A Reply

Your email address will not be published.