‘ଆମ ହସ୍‌ପିଟାଲ‘ ଯୋଜନାରେ ରୂପାନ୍ତରୀକରଣ ହେବ ୧୪୭ଟି ଡାକ୍ତରଖାନା: ସ୍ବାସ୍ଥ୍ୟ ସଚିବ

add-all

ଭୁବନେଶ୍ବର: ‘ଆମ  ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ସଚିବ କହିଛନ୍ତି‌ ଯେ, ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି। ୪ଟି ମେଡିକାଲ କଲେଜ କଳାହାଣ୍ଡି, ତାଳଚେର, ଯାଜପୁର ଓ କନ୍ଧମାଳରେ ପ୍ରତିଷ୍ଠା କରାଯାଉଛି। ସେହିପରି ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଝାରସୁଗୁଡାଠାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ। ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବିକୁ ନେଇ ପ୍ରଶ୍ନରେ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ୩ ହଜାର ଡାକ୍ତର ପଦବି ପାଇଁ ଓପିଏସ୍‌ସି ଅଧୀନରେ ଚୟନ କରାଯାଇଛି। ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ। ଏହା ପରେ ଆଉ ୫ ହଜାର ପଦବି ପାଇଁ ଓପିଏସ୍‌ସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି।

ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫ ଶହ ହସ୍‌ପିଟାଲକୁ ବିଏସ୍‌କେୱାଇରେ ସାମିଲ କରାଯାଇଛି ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି। ବିଏସ୍‌କେୱାଇରେ ଏବେ ଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି।

ad-week
Leave A Reply

Your email address will not be published.