ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ବେଳେ ଜଳିଗଲେ ୩ ନାବାଳକ: ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର

add-all

ରାୟଗଡ଼ା:  ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ। ୨୫କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ବଳକାକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ ଭାଲୁ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ।

ମୃତ ବାଳକ ଜଣକ ହେଲେ କାଶୀପୁର ବ୍ଲକ ବର୍ତ୍ତିବାଲି ଗ୍ରାମର ବୋଲି ସୂଚନା ମିଳିଛି। ଘଟଣା ଘଟିବା ପରେ ଷ୍ଟେସନ ମାଷ୍ଟରଙ୍କ ସମେତ ରେଳବାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଦୁଇଜଣ ଗୁରୁତର ବଳକାଙ୍କୁ ମେଡ଼ିକାଲକୁ ସ୍ଥାନାନ୍ତର କରିବା ସହ ମୃତ ବାଳକର ମର ଶରୀର ଠାବ କରି ତଦନ୍ତ କରୁଛନ୍ତି। ଭାଲୁମାସ୍କା ଗ୍ରାମରେ ଅନୁଷ୍ଠିତ ଏକ ବିବାହ ଭୋଜିକୁ ଆସିଥିଲେ ଆଉ ଏଭଳି ଘଟଣା ଘଟିଥିବାରୁ ଉକ୍ତ ଅଞ୍ଚଳରେ ଶୋକାକଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.