ମହିଳା ଥାନା ଅଧିକାରୀଙ୍କୁ ଧକ୍କା ଦେଲେ ଜୟ ନାରାୟଣ…

add-all

ସମ୍ବଲପୁର: ଜଣେ ମହିଳା ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ଥାନା ଅଧିକାରୀ। ସେପଟେ ଥାନା ଅଧିକରୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଛନ୍ତି ଜୟନାରାୟଣ ମିଶ୍ର। ସୂଚନା ଅନୁସାର ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ବିଜେପି। ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଥିବା ଅଭିଯୋଗ ଆଣି ବିଜେପି ଆଜି ସାରା ରାଜ୍ୟରେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ।  ଏହି ଅବସରରେ ଆଜି ସମ୍ବଲପୁରରେ ମଧ୍ୟ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ଜିଲ୍ଲା ବିଜେପି ।

ତେବେ ଜିଲ୍ଲାପାଳ ଅଫିସକୁ ଧସେଇ ପଶିବାକୁ ବିଜେପି ଚେଷ୍ଟା କରୁଥିବାବେଳେ ପୋଲିସ ଅଟକାଇଥିଲା। ତେବେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ଆରମ୍ଭ ହୋଇଥିଲା।  ଏହି ସମୟରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ମୁହଁକୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଜୟନାରାୟଣଙ୍କୁ ଅନିତା ପ୍ରଧାନ ଧକ୍କା ମାରିଥିବା ଜୟ ନାରାୟଣ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.