କଂଗ୍ରେସରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି…

add-all

ଭୁବନେଶ୍ବର: ଆଜି କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଓଡିଶା ରାଜନୀତିରେ ପ୍ୟାରୀବାବୁଙ୍କର ବେଶ ପତିୟାରା ଥିଲା। ହେଲେ ତାଙ୍କ ଝିଅ ସିକ୍ତା ପତି ରାଜନୀତିରେ ଅଭିଜ୍ଞ ନୁହଁନ୍ତି। ସେ ଓଡିଶା ରାଜନୀତିରେ ଏକ ପରିଚିତ ଚେହେରା ନୁହଁନ୍ତି। ସିକ୍ତା ହେଉଛନ୍ତି ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ।

ad-week
Leave A Reply

Your email address will not be published.