ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂ ଗିରଫ…

add-all

ଭୁବନେଶ୍ବର: ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂ ଗିରଫ ହୋଇଥିବାର ଖବର ମିଳିଛି। ଧର୍ମପାଲ୍ ସିଂକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା।
ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଲୋକଙ୍କୁ ଚୁନା ଲଗାଉଥିଲା। ଏପରିକି ଓଡ଼ିଶାର ଅଗ୍ରଣୀ ଖବରକାଗଜ ଯଥା ଧରିତ୍ରୀ, ସମାଜ ସହ ଅନ୍ୟ ରାଜ୍ୟର ଖବରକାଗଜରେ ମଧ୍ୟ ଚାକିରି ନେଇ ବିଜ୍ଞାପନ ଦେଉଥିଲା ଧର୍ମପାଲ୍ ସିଂ।
ଖାଲି ସେତିକି ନୁହେଁ, ଚାକିରି ପାଇଁ ଲୋକେ ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ଓ ଇଣ୍ଟରଭିଉ ମଧ୍ୟ କରାଉଥିଲା।ବିଭିନ୍ନ ପରୀକ୍ଷା ପାଇଁ ସିଲାବସ ମଧ୍ୟ ଆଶାୟୀମାନଙ୍କୁ ଦେଉଥିଲା। ଏଭଳିକି ଚାକିରି ନାଁରେ ଠକୁଥିବା ସଂସ୍ଥାଠୁ ଦୁରେଇ ରହିବା ପାଇଁ ମଧ୍ୟ ଏହି ୱେବସାଇଟ୍ ଜରିଆରେ ପିଲାଙ୍କୁ ସତର୍କ କରାଯାଉଥିଲା।

ଏଭଳି ୱେବସାଇଟକୁ ସତ ଭାବି ଲକ୍ଷ ଲକ୍ଷ ପିଲା ଆପ୍ଲିକେସନ ଫି ଡିପୋଜିଟ୍ କରି ଅନଲାଇନ ପରୀକ୍ଷା ଓ ଇଣ୍ଟରଭିଉ ଦେଉଥିଲେ, ହେଲେ କାହାକୁ ମଧ୍ୟ ନିଯୁକ୍ତି ମିଳୁନଥିଲା। ଆପ୍ଲିକେସନ ଫି ବାବଦକୁ ଲକ୍ଷ ଲକ୍ଷ ପିଲାଙ୍କଠୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ଏହି ଠକ। ଦୀର୍ଘଦିନର ପରିଶ୍ରମ ପରେ ଏହି ଠକ ଧର୍ମପାଲ୍ ସିଂକୁ ଗିରଫ କରିବାରେ ସକ୍ଷମ ହୋଇଛି ଓଡ଼ିଶା ଇଓଡବ୍ଲୁ। ବିହାରରୁ ଗିରଫ କରାଯିବା ପରେ ଧର୍ମପାଲ୍ ସିଂକୁ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି।

ad-week
Leave A Reply

Your email address will not be published.