କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ…

add-all

ଢେଙ୍କାନାଳ : ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।

ମୃତକ ହେଲେ ଯାଜପୁର ଜିଲା କୁଆଖିଆ ଥାନା ଶିବତ୍ସପୁର ଗ୍ରାମର ପୀତବାସ କାଣ୍ଡି(୫୭)। ପାହାଚରାସ୍ତାରେ ଚଢୁଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପରିବାର ଲୋକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି।

ad-week
Leave A Reply

Your email address will not be published.