ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା କଲା ମା‘…

add-all

ନୟାଗଡ଼: ପିଟି ପିଟି ମାରିଦେଲା ସାବତ ମାଆ। ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା !। ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ସାନ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପଟି ମାରି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ବିଜୟ କୁମାର ପ୍ରଧାନ ଜଣେ ଝିଅକୁ ଭଲ ପାଉଥିଲେ। ଆଉ ସେହି ଝିଅକୁ ବିବାହ ପାଇଁ ଯଦି ଧରିବାରୁ ସାବତ ମାଆ ଏବଂ ସାନ ଭାଇ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସାବତ ମାଆ ଓ ସାନ ଭାଇ ମିଶି ବିଜୟଙ୍କୁ ପିଟିଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ବିଜୟଙ୍କ ମାମୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି |

ad-week
Leave A Reply

Your email address will not be published.