କଂଗ୍ରେସରେ ଯୋଗଦେବା ପରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ସୁରେଶ ରାଉତରାୟଙ୍କୁ ଭେଟିଲେ ବିଜୟ…

add-all

ଭୁବନେଶ୍ବର: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବାସଭବନକୁ ଯାଇତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତ-ଆଲୋଚନା ପରେ ବିଜୟ ପଟ୍ଟନାୟକ କହିଛନ୍ତି,  ଏ ଘର ସହ ମୋର ବହୁତ ସ୍ମୃତି ଯୋଡ଼ି ହୋଇ ରହିଛି। ମୋର ଜାନକୀବାବୁଙ୍କ ସହ ବହୁତ ନିବିଡ଼ ସମ୍ପର୍କ ଥିଲା। ତାଙ୍କ କାମ କରିବାର ଶୈଳୀ ଥିଲା ସ୍ଵତନ୍ତ୍ର। ସେ ସବୁ କର୍ମଚାରୀଙ୍କୁ ସମ୍ମାନ ଦେଉଥିଲେ। ତାଙ୍କ ସମୟରେ ସରକାରୀ କର୍ମଚାରୀ ରାଜନୀତିରେ କି ରାଜନୈତିକ ବ୍ୟକ୍ତି ସରକାରୀ କାମରେ ହସ୍ତକ୍ଷେପ କରୁ ନଥିଲେ।

ଏଣେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି, ସେ ମୋ ବାପାଙ୍କ ସହିତ ବହୁତ ଦିନ ଧରି କାମ କରିଛନ୍ତି। ତାଙ୍କ ବିଷୟରେ ଅନେକ କଥା ବିଜୟବାବୁ ଜାଣିଛନ୍ତି ସେସବୁ ଶୁଣି ଖୁସି ଲାଗିଲା । ନିର୍ବାଚନ ପ୍ରକ୍ରିୟା ତ ଏଯାଏ ଆରମ୍ଭ ହେଇନି, ଏଇଠି କେବଳ ଆମେ ଦେଖା ସାକ୍ଷାତ ପାଇଁ ଆସିଛୁ। ମୁଁ କଂଗ୍ରେସର ସଂଗଠନକୁ କେବଳ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛି।

ଏଣେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଘରକୁ ସକାଳେ ଯାଇ ଓଡ଼ିଶା ରାଜନୀତି ସହ କଂଗ୍ରେସର ରାଜନୈତିକ ଭବିଷ୍ୟତକୁ ନେଇ ବିଜୟ ପଟ୍ଟନାୟକ ଆଲୋଚନ କରିଥିବା ସୂଚନା ମିଳିଛି। ଏହି ଅବସରରେ ସୁରେଶ ରାଉତରାୟ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜୟଙ୍କୁ ଅନୁରୋଧ କରିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.