ପ୍ରଫେସର ପ୍ରସନ୍ନ ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ପ୍ରଫେସର ସ୍ୱାଇଁ ଏହି ପଦବୀରେ ୩ ବର୍ଷ ରହିବେ। ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି।

ପ୍ରଫେସର ସ୍ୱାଇଁ ୧୦ଟି ପୁସ୍ତକ ଲେଖିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୨ ଜଣ ଡି.ଲିଟ୍, ୧୫ ଜଣ ପିଏଚ୍‌ଡି ଓ ୫୬ ଜଣ ସଫଳତାର ସହିତ ଏମ୍‌ଫିଲ୍‌ କରିଛନ୍ତି।

ad-week
Leave A Reply

Your email address will not be published.