ବାହାଘରର ଦିନକ ପୂର୍ବରୁ ବିଷ ପିଇଦେଲେ ମଙ୍ଗୁଳା କନିଆଁ…

add-all

ଭୁବନେଶ୍ୱର : ରାତି ପାହିଲେ ପଡ଼ିଥାଆନ୍ତା ହାତ ଗଣ୍ଠି। ସେଥିପାଇଁ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡୁଛି ଘର। ମାଟିପକା ସହିତ ସାରି ଯାଇଥିଲା ହଳଦୀ କାର‌୍ୟ୍ୟକ୍ରମ। ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳେ ବିଷ ଖାଇ ଦେଲା ମଙ୍ଗୁଳା କନିଆଁ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକା ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଚିକଲବାହାଲ ଗାଁରେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ସୁଦ୍ଧା ବିଷ ପିଇବାର କାରଣ ଜଣାପଡ଼ି ନାହିଁ। ପରିବାର ଲୋକେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାରିବାରିକ କଳହରୁ ଝିଅ ବିଷ ପିଇ ଦେଇଥିଲେ। ଦେଓଗାଁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଜଣାପଡିବ ମଙ୍ଗୁଳା କନ୍ୟାର ବିଷ ପାନର ପୂରା କାହାଣୀ। ଏହି ଘଟଣା ପରେ ଭିରକାପଡା ଗାଁର ବର ବାହା ହେବ ନା ନାହିଁ ତା’କୁ ନେଇ ମଧ୍ୟ ସନ୍ଦେହ ଜାରି ରହିଛି।

ad-week
Leave A Reply

Your email address will not be published.