ଜୟନାରାୟଣଙ୍କୁ ପ୍ରଶାନ୍ତଙ୍କ ଟାର୍ଗେଟ…

add-all

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଦୁର୍ଭାଗ୍ୟଜନକ କହିଛନ୍ତି। ଗଣତନ୍ତ୍ର ପ୍ରତି ଏହା ଅସମ୍ମାନ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କହିଛନ୍ତି, ଯାହାଙ୍କ ନାଁରେ ୧୬ଟି ଅପରାଧିକ ମାମଲା ରହିଛି, ତାଙ୍କ ଠାରୁ ଆଉ କଣ ବା ଆଶା କରିବା। ଯିଏ ନିଜ ଦଳର ସଭାପତିଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ, ମହିଳା ପୁଲିସଙ୍କୁ ଧକ୍କା ମାରିଥିଲେ ତାଙ୍କ ଠାରୁ କିଛି ଭଲ ଆଶା କରାଯାଇ ନପାରେ। ବିଜେପି ଜୟନାରାୟଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା ।

ପ୍ରଶାନ୍ତ କହିଛନ୍ତି, ବିଜେପି ସୁରକ୍ଷାର କଥା କହୁଛି। କିନ୍ତୁ ବିଜେପିର ନେତା ବିରୋଧୀ ଦଳ ନେତାଙ୍କ ଠାରୁ ଦୂରେଇ ରୁହନ୍ତୁ। ମାନସିକ ସନ୍ତୁଳନ ଠିକ୍ ଥିବା ବ୍ୟକ୍ତି ଏମିତି କେବେ କରନ୍ତିନି। ତେଣୁ ସାମ୍ବାଦିକ ଭାଇମାନେ ମଧ୍ୟ ତାଙ୍କ ଠାରୁ ଦୂରେଇ ରୁହନ୍ତୁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶାନ୍ତ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଉପରେ ବିଜେଡି ବିଶ୍ୱାସ କରେ। ସରକାର ହାଇକୋର୍ଟ ଯାଇଥିଲେ। ଜଷ୍ଟିସ ଜେପି ଦାସଙ୍କ ତଦାରଖରେ ଏହି ତଦନ୍ତ ଚାଲିଛି। ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ମାନବୋଧ ଥିବ ସେ ଏଭଳି ତଦନ୍ତକୁ ଅସ୍ୱୀକାର କରିବନି।

ad-week
Leave A Reply

Your email address will not be published.