କୋର୍ଟରେ ଆତ୍ମସମର୍ପଣ କଲେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା…

add-all

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ଶୁଚିସ୍ମିତା ସୁଆରଙ୍କ କୋର୍ଟରେ ଆତ୍ମସାମର୍ପଣ। ଭବାନୀପାଟଣା BEO ଅଫିସ ଆକାଉଣ୍ଟଟେଣ୍ଟ ଶୁଚିସ୍ମିତା ସୁଆର ଗତ କାଲି ଭବାନୀପାଟଣା SDJM କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ଜାମିନ ନା ମଞ୍ଜୁର ହେବାପରେ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭବାନୀପାଟଣା ବ୍ଲକର ୭୧ ଜଣ ଏକ୍ସ କେଡର ଶିକ୍ଷକଙ୍କ ୩୯ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଥିଲେ । ଏହି ମାମଲାରେ ଆଗରୁ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତ ଅକ୍ଟୋବର ମାସରୁ ଶୁଚିସ୍ମିତା ଫେରାର ରହିଥିଲେ ।

ଏନେଇ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିଲା। ଶୁଚିସ୍ମିତା ଗିରଫକୁ ଏଡାଇବା ପାଇଁ ହାଇକୋର୍ଟରେ କେସ ନମ୍ବର ଏବିଏଲଏପିଏଲ ନମ୍ବର–୧୩୩୬୯/୨୦୨୨ରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାସ ମାମଲାର ଗୁରୁତ୍ବ ଦେଖି ୨୦୨୨ ଅକ୍ଟୋବର ୨୮ ତାରିଖରେ ଜାମିନ ଆବେଦନକୁ ଖାରଜ କରିଥିଲେ। ତେବେ ଗତକାଲି ହଠାତ ଭବାନୀପାଟଣା ଏସ୍‌ଡିଜେଏମ କୋର୍ଟରେ ଶୁଚିସ୍ମିତା ଆତ୍ମସମର୍ପଣ କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୬ରେ ହେବ। ବର୍ତ୍ତମାନ ଉଭୟ ପୋଲିସ ଓ ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ନିମନ୍ତେ ରିମାଣ୍ଡରେ ନେବା ପାଇଁ ତତ୍ପରତା ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.