ନବ ଦାସ ହତ୍ୟା ଘଟଣା; ଏଫବିଆଇ ସହାୟତା ମାଗିଛୁ : ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର : ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ତଦନ୍ତରେ ଆମେରିକାର FBIର ସହାୟତା ଚାହୁଁଛି କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତର ଆଚରଣ ବିଶ୍ଲେଷଣ କରିବାରେ FBIର ପାରଦର୍ଶିତା ରହିଛି। ତଦନ୍ତରେ FBI ସହାୟତା ନେବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ମୁଁ ଗୃହକୁ ସ୍ୱଚ୍ଛ ତଦନ୍ତର ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶ ବିଦେଶର ଶ୍ରେଷ୍ଠ ଫୋରେନସିକ୍‌ ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଏଭଳି ଅତି ସମ୍ବେଦନଶୀଳ ମାମଲାର ରାଜନୀତିକରଣ ଆଚମ୍ବିତ କରିଛି।

ad-week
Leave A Reply

Your email address will not be published.