ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି…

add-all

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ସକାଳେ ବାଚସ୍ପତି ପ୍ରଥମେ ପୂର୍ବାହ୍ଣ ୧୧.୩୦ ଯାଏ ଗୃହ ମୁଲତବି ରଖିଥିଲେ। ଏହାପରେ ସମାନ ସ୍ଥିତି ଜାରି  ରହିଥିବାବେଳେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ଉପସ୍ଥାପନ କରିଥିଲେ। ପୁଣି  ଅପରାହ୍ନ ୪.୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ବି  ହଟ୍ଟଗୋଳ ଚାଲିଥିଲା । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ।

ଗୁରୁବାର ମୋସନ ଜରିଆରେ  ବିରୋଧୀଙ୍କ ଦାବି ଆଲୋଚନା ହେବା ନେଇ ବାଚସ୍ପତିଙ୍କ ଘୋଷଣା ପରେ ବି ବିରୋଧୀଙ୍କ ହଟଗୋଳ କମି ନଥିଲା। ପ୍ଲାକାର୍ଡ ଧରି ନାରାବାଜିକୁ ଜାରି ରଖିଥିଲେ। ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ବିଜେଡି ନାରାବାଜିରୁ ବିରତି ରହି ଆଲୋଚନାରେ ଭାଗ ନେଇଥିଲେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବକ୍ତବ୍ୟ ରଖିଥିଲେ। ତଥାପି ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.