ଚୌଦ୍ୱାର ପୌର ପାଳିକାରେ କାଉନସିଲର-ସୂଚନାକର୍ମୀ ହାତାହାତି, ଥାନାରେ ମାମଲା ରୁଜୁ…

add-all

ଚୌଦ୍ୱାର : କାଉନ୍‌ସିଲର ଓ ସୂଚନାକର୍ମୀ ହାତାହାତି । ଚୌଦ୍ୱାର ପୌର ପାଳିକାରେ କାଉନସିଲର ଓ ସୂଚନାକର୍ମୀଙ୍କ ମଧ୍ୟରେ ଅଶୋଭନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଉଭୟ ପକ୍ଷରୁ ଥାନାରେ ରୁଜୁ ହୋଇଛି ମାମଲା । ଚୌଦ୍ୱାର ପୌରପାଳିକାରେ ହୋଇଥିବା ବିଭିନ୍ନ ଘୋଟାଲା ଉପରେ ତଥ୍ୟ ମାଗିବାକୁ କେନ୍ଦ୍ର କରି ହାତାହାତି ହୋଇଥିବା ସାଧାରଣରେ ଆଲୋଚନା ହେଉଛି।

ଚୌଦ୍ୱାର ପୌରପାଳିକାର ୧୦ ନମ୍ବର ୱାର୍ଡ଼ ଲେବର ଟେନାମେଣ୍ଟର ବରିଷ୍ଠ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଉନ୍ନତିମୂଳକ କାମକୁ ନେଇ ପୌରପାଳିକାର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରୁଥିବା ବେଳେ ୪ନମ୍ବର ଓ୍ଵାର୍ଡର କାଉନ୍‌ସିଲର ଅଜୟ ବେହେରା ପହଞ୍ଚି ମନୋଜଙ୍କୁ ମାଡ ମାରିଥିଲେ । ଏହାସହ ମନୋଜଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ଅଜୟ ବେହେରାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଅଜୟ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ୍‌ ।

ad-week
Leave A Reply

Your email address will not be published.