“ସାମାଜିକ ପରିବର୍ତ୍ତନରେ ପ୍ରାଣୀ ବିଜ୍ଞାନ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦଘାଟିତ”

add-all

ଭୁବନେଶ୍ୱର: ପ୍ରାଣୀ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆମେରିକା, ଟେକ୍ସସ ଏ ଏଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଘନାଥ ପ୍ରାରା ଜୁଲି, ପ୍ରଫେସର ଶର୍ମିଲା ପ୍ରାରା ଜୁଲି, କ୍ୟାଥୋଲିକ ବିଶ୍ୱବିଦ୍ୟାଳୟ ବେଲଜିୟମର ଆନ୍ତର୍ଜାତିକ ଖ୍ୟାତି ପ୍ରଫେସର ୱାଲଟର ଲୁଟେନ ଙ୍କ ସମେତ ଭାରତର ୪୮ଟି ବିଶ୍ୱବିଦ୍ୟାଳୟ ଓ ଗବେଷଣା ଅନୁଷ୍ଠାନର ୨୫୦ରୁ ଉର୍ଦ୍ଧ ଛାତ୍ର, ଗବେଷକ, ଶିକ୍ଷକ ଓ ଡାକ୍ତର ସମସ୍ତେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପ୍ରଭାତୀ କୁମାରୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦୀ ପ୍ରାଣୀ ବିଜ୍ଞାନ ଗବେଷଣାର କ୍ରମ ବିକାଶ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ ତଥା ସାମାଜିକ ପରିବର୍ତ୍ତନର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଓଡିଶା ପ୍ରାଣୀ ବିଜ୍ଞାନ ସମିତିର ସଭାପତି ତଥା ପ୍ରଖ୍ୟାତ ଜୀବ ବିଶେଷଜ୍ଞ ପ୍ରଫେସର ସୁଶୀଲ କୁମାର ଦତ୍ତ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣା ତଥା ସମିତିର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମିଳନୀରେ ଥିରୁଭାଲୁର ବିଶ୍ୱବିଦ୍ୟାଳରେ ପୂର୍ବତ୍ତନ କୁଳପତି ପ୍ରଫେସର କେ. ମୁରୁଗନ, ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ ଚନ୍ଦ୍ର ରଥ, ତଥା ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସିସିଏମବି, ଆଇ ଆଇ ଏସ ସି, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଗବେଷଣାଗାରର ଛାତ୍ର, ଗବେଷକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ତଥା ସଂଯୋଜକ ଡ଼ଃ ଗୁଣନିଧି ସାହୁ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ଗବେଷଣା ସହଯୋଗିତା ଓ ସମ୍ଭାବନାର ଏକ ଉଜ୍ଜଳ ଚିତ୍ର ପ୍ରଦାନ କରିଥିଲେ । ଏହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷଣା ନିର୍ଦ୍ଧେଶକ ଓ ବିଜ୍ଞାନ ବିଭାଗର ସମାହାର ଶିକ୍ଷକ ମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ଭ୍ୟବିଷ୍ୟତ ସହଯୋଗ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ ।

ad-week
Leave A Reply

Your email address will not be published.