ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି…

add-all

ପୁରୀ: ବିକାଶ ପଥରେ ଶ୍ରୀକ୍ଷେତ୍ର । ପୁରୀରେ ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ହେରିଟେଜ୍‌ ସହର ପୁରୀର ବିକାଶ ଓ ଉନ୍ନତିମୂଳକ କାମ କରାଯିବ । ଏଥିସହ ପୁରୀର ଐତିହ୍ୟ କୀର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳୀର ସମନ୍ଵିତ ବିକାଶ ପାଇଁ ଚଳିତ ବଜେଟରେ ଦେଢ଼ ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅବଢ଼ା ଯୋଜନାରେ ଅଧିକ ବ୍ୟୟବରାଦ ଫଳରେ ପୁରୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିବ । ଶ୍ରୀକ୍ଷେତ୍ରରେ ଐତିହ୍ୟ କରିଡର ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଜାରି ରହିଛି ।

ବଜେଟ୍‌ ଉପସ୍ଥାପନ କରିବା ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳଗୁଡ଼ିକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର, ଗଂଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିର ସାମିଲ ରହିଛି। ଏତଦ୍‌ ବ୍ୟତୀତ ଅନ୍ୟ ପ୍ରମୁଖ ଐତିହ୍ୟସ୍ଥଳୀର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.