ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଗୁରୁତର

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର। ଜାଗରରଣ୍ଡା ଜଙ୍ଗଲ ରେ DRG ଯବାନ ମାଓ ଦମନ ଅପରେସନ ବେଳେ ମାଓବାଦୀ ଆମ୍ବସ ବିଛାଇ ଅତର୍କିତ ଫାଇରିଂ କରିଥିଲେ।

ପାଲଟା ଜବାବ ରେ ପୋଲିସ ମଧ୍ଯ ଫାଇରିଂ କରିଥିଲା। ଉଭୟ ପକ୍ଷରୁ ଦୀର୍ଘ ସମୟ ଗୁଳିବିନିମୟ ପରେ ମାଓବାଦୀ ଗୁଳି ରେ ୩ ଯବାନ ସହୀଦ। ସେମାନେ ହେଲେ ASI ରାମୁରାମ୍ ନାଗ, କନଷ୍ଟେବଳ କୁଞ୍ଜମ୍ ଯୋଗା, କନଷ୍ଟେବଳ ଭଞ୍ଜମ ଭିମା।

ad-week
Leave A Reply

Your email address will not be published.