ଘରକୁ ଫେରିଲେ ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ୪ ଛାତ୍ର

add-all

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ବଡ଼ହଳ ସ୍ଥିତ ଏକ ଘରୋଇ କଲେଜର ହଷ୍ଟେଲରୁ ଶନିବାର ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ସେମାନେ ସମସ୍ତେ ଘରକୁ ଫେରିଆସିଛନ୍ତି।

ଏହି ଛାତ୍ରମାନେ ନିଖୋଜ ଥିବା ନେଇ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ଟାଉନ୍ ଥାନାକୁ ଅବଗତ କରାଇଥିଲେ।

ଖବର ପାଇ ନିଖୋଜ ଛାତ୍ରଙ୍କ ପରିବାର ଲୋକେ କଲେଜରେ ପହଞ୍ଚି ଖୋଜଖବର ନେବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ କଲେଜର ସିସିଟିଭି ଯାଞ୍ଚ କରିବା ସହିତ ରେଳ ଷ୍ଟେସନର ସିସିଟିଭି ଯାଞ୍ଚ କରିଥିଲା। ପିଲାମାନେ ଟ୍ରେନ୍‌ରେ ଯାଇ ନଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏହା ପରେ ବସ୍‌ଷ୍ଟାଣ୍ଡରେ ଯାଞ୍ଚ କରିଥିଲା ପୁଲିସ୍‌।

ପୁଲିସ୍‌ର ଯାଞ୍ଚ ଜାରି ରହିଥିବା ବେଳେ ଗତକାଲି ରାତିରେ ୨ ଜଣ ଛାତ୍ର ଘରକୁ ଫେରିଥିଲେ। ପରେ ପୁଲିସ୍ ଆଉ ଦୁଇ ଜଣ ଛାତ୍ରଙ୍କୁ ଜଙ୍ଗିରା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରି ପରିବା ଲୋକଙ୍କ ଜିମାରେ ଦେଇଥିଲା। ଆସନ୍ତାକାଲି କୋର୍ଟରେ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ଏହି ପିଲାମାନେ କାହାକୁ କିଛି ନ କହି କେଉଁଠାକୁ ଯାଇଥିଲେ, ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.