ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ମିଳିଲା

add-all

ବଲାଙ୍ଗିର: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣl ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି। ଆଜି ସକାଳେ ଲୋକେ ତାଙ୍କ ମୃତଦେହକୁ ଠାବ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସାବଲୀୟତଙ୍କ ମୃତଦେହ ଗଛରୁ ଏକ କଳା ରଙ୍ଗର ସ୍କାର୍ପରେ ଝୁଲି ରହିଥିଲା। ମୃତଦେହ ନିକଟରେ ଏକ ବ୍ୟାଗ ଥିଲା। ସେହିପରି ମୃତଦେହରୁ ଟିକେ ଦୂରରେ ତାଙ୍କ ବାଇକ୍‌ ରହିଥିଲା। ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଜଣାପଡ଼ିନି। ପୁଲିସ୍ ମଧ୍ୟ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇ ନାହିଁ।

ଗତ ୨୪ ତାରିଖରୁ ନିଖୋଜ ଥିଲେ ସାବଲୀୟତ ହରିପାଲ। ଏ ନେଇ ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ ଶାଖା ମ୍ୟାନେଜର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାବଲୀୟତଙ୍କ ଘର ବରଗଡ଼ ଜିଲ୍ଲା ପାଇକମାଳରେ। 

ad-week
Leave A Reply

Your email address will not be published.