ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ

add-all

ବରଗଡ଼ : ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ। ବରଗଡ଼ ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ନାବାଳିକାକୁ ନବବଧୂ ବେଶରେ ସଜାଇ ରାଜସ୍ଥାନ ନିଆଯାଉଥିଲା। ତେବେ କିଛି ଯାତ୍ରୀଙ୍କର ସନ୍ଦେହ ହେବା ପରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ରେଳବାଇ ପୋଲିସ ଚଢଉ କରିଥିଲା। ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଜଣେ ମହିଳା ଓ ତିନିଜଣ ପୁରୁଷଙ୍କୁ ଗିରଫ କରିଛି ରେଳବାଇ ପୋଲିସ। ନାବାଳିକ ଝିଅକୁ ତାର ସାବତ ବାପା କିଛି ଦଲାଲଙ୍କ ସହାୟତାରେ ରାଜସ୍ଥାନ ବିକ୍ରି କରି ଦେଇଥିଲା। ସେଠାକୁ ଝିଅକୁ ପଠାଉଥିବା ବେଳେ ଧରିଛି ରେଳବାଇ ପୋଲିସ।

ପୋଲିସକୁ ଦେଖି ଦଲାଲମାନେ ନାବାଳିକା ଝିଅକୁ ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ରେଳବାଇ ପୋଲିସ। ପଚରାଉଚରା ବେଳେ ଦଲାଲ ମାନେ ଝିଅର ନକଲି ଆଧାର କାର୍ଡ ଦେଖାଇ ୨୧ବର୍ଷ ବୟସ କହିଥିଲେ। କିନ୍ତୁ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ ଓ ବୟସ ୧୪ ବର୍ଷ ବୋଲି ପୋଲିସକୁ କହିଥିଲା। ରେଳବାଇ ପୋଲିସ ନାବାଳିକା ଝିଅ ସହିତ ଚାରି ଦଲାଲଙ୍କୁ ଅଧିକ ତଦନ୍ତ ପାଇଁ ପାଟଣାଗଡ ଥାନା ନେଇଥିଲା। ନାବାଳିକା ଝିଅକୁ ଚାଇଲଡ ଲାଇନକୁ ଜିମା ଦିଆଯାଇଛି।

ad-week
Leave A Reply

Your email address will not be published.