ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ…

add-all

ବରଗଡ଼:  ଆସନ୍ତା ୫ରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ୨୦୨୩ ପ୍ରଥମ ଦୁଇ ମାସରେ ଏହା ନବୀନଙ୍କ ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ହେବ। ତେଣୁ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକର୍ପଣ କରିବେ। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ଅନ୍ୟତମ ବାହାକ ହେବ ।

ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୈର୍ଘ୍ୟ ବିଶିଷ୍ଟ ୪ ଲେନ୍‌ ବିଜୁ ଏକ୍ସପ୍ରେସୱେର ନିର୍ମାଣ କରାଯାଇଛି। ସେଥିରୁ ୨୦୨୨-୨୩ରେ ୬ ଶହ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡ଼ା ଘାଟିପଦାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬ କିଲୋମିଟର ରାସ୍ତାର ନିର୍ମାଣ ଶେଷ ହୋଇଛି। ସେଥିରୁ ନୂଆପଡା ଜିଲ୍ଲା ସଦର ବ୍ଲକ ସାହିପଲାରୁ ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୧୨୧ କି.ମି ରାସ୍ତା ରହିଛି।

ad-week
Leave A Reply

Your email address will not be published.