ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

add-all

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା। ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଜବାବ ଦାବି ଏହି ଘେରାଉ କରାଯିବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ। ଏନେଇ ଆଜି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ସରକାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କାରଣ ସ୍ପଷ୍ଟ କରିପାରିଲା ନାହିଁ। ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି।

ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ଅଭିଯୁକ୍ତ ଗୋପାଳ ଦାସ ୧୩ ବର୍ଷ ଧରି ଝାରସୁଗୁଡାରେ ପୁଲିସ ଭାବେ କାର୍ଯ୍ୟରତ। ଏପରିକି ପ୍ରତ୍ୟେକ ବର୍ଷ ଗୋପାଳ ବିଭିନ୍ନ ଆର୍ଥିକ ପୁରସ୍କାର ସହ ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଥରେ ପଦୋନ୍ନତି ମଧ୍ୟ ପାଇଛନ୍ତି। ଅର୍ଥାତ୍ ଏତେଦିନ ଧରି ପୁଲିସ ବିଭାଗ ଆଉ ଗୁଇନ୍ଦା କିଭଳି ଗୋପାଳ ସମ୍ପର୍କରେ ଜାଣିପାରିଲେ ନାହିଁ ? ଅପରପକ୍ଷେ ମନ୍ତ୍ରୀଙ୍କ ଉତ୍ତର ଦର୍ଶାଉଛି ଗୋପାଳ ଦାସ ପାଗଳ ନୁହେଁ। ହତ୍ୟା କିଏ କରିଛି ଆଉ କ’ଣ ପାଇଁ କରିଛି, ତାହା ସ୍ପଷ୍ଟ କରୁନାହାନ୍ତି ସରକାର। ତେଣୁ ଏହାର ଜବାବ ଦାବି କରି ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ଆସନ୍ତାକାଲି ବିଧାନସଭା ଘେରାଉ କରିବ ବୋଲି ଗୋଲକ ମହାପାତ୍ର କହିଛନ୍ତି।

ad-week
Leave A Reply

Your email address will not be published.