ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ଓ ଦ୍ୱିତୀୟ ସି.ଭି. ରମଣ ପୁରସ୍କାର ସମାରୋହ

add-all

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଭି ରମଣ ଫାଉଣ୍ଡେସସନ ପକ୍ଷରୁ ଦ୍ୱିତୀୟ ସିଭି ରମଣ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର, ଡ. ଶେଷ କିଷାନଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ଏବଂ ଯୀଶୁ ଦାସଙ୍କୁ ଛାତ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ କନ୍ଧମାଳ ସାଂସଦ ତଥା ‘କିଟ ଓ କିସ’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଜୟ କ୍ରିଷ୍ଣା ପାଣିଗ୍ରାହୀ, ପରାମର୍ଶଦାତା ବିଜୟ ଦାସ ଓ ସଂଯୋଜକ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉପସ୍ଥିତ ଥିଲେ।

ପ୍ରଫେସର ଆଚାର୍ଯ୍ୟ ମିଳିତ ଜାତିସଂଘର ଜାତୀୟ ବିଜ୍ଞାନ ଦିବସ ଥିମ୍ ଉପରେ ଆଲୋକପାତ କରିଥିଲେ। ବିଜ୍ଞାନ କାହିଁକି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହୁଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସହଭାଗିତା ସିଭି ରମଣ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ।
ମୁଖ୍ୟ ଅତିଥି ଡ.ସାମନ୍ତ ଗବେଷଣା କ୍ଷେତ୍ରରେ କିଛି ନୂଆ କରିବାକୁ ବୈଜ୍ଞନିକମାନଙ୍କୁ ଆହ୍ବାନ ଦେଇଥିଲେ। ଆବାହକ ପ୍ରଫେସର ଜୟ କ୍ରିଷ୍ଣା, ପରାମର୍ଶଦାତା ଶ୍ରୀ ବିଜୟ, ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପଟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସିଭି ରମଣ ଫାଉଣ୍ଡେସନର ସମ୍ପାଦକ ବିଶ୍ୱଜିତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.