ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ଧର୍ମେନ୍ଦ୍ର…

add-all

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗତକାଲି ଆମ ଦଳର ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ ମୁଁ କଠୋର ଭାଷାରେ ନିନ୍ଦା କରୁଛି ।

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୁଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

ଓଡ଼ିଶାର ପୁଲିସ ପ୍ରଶାସନ ଶାସକ ଦଳର ହିତରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁଭଳି ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ତେଣେ ଏହାକୁ ବିରୋଧ କରିଛି ବିଜେଡି। ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଛନ୍ତି  ବିଧାୟକ ଅରୁଣ ସାହୁ। ସେ କହିଛନ୍ତି,  ଯଦି ରାଜନୈତିକ ବ୍ୟକ୍ତିମାନେ ମାରଣାସ୍ତ୍ର ନେଇ ଆନ୍ଦୋଳନ କରିବେ, ତାଙ୍କୁ କଣ କ୍ଷମା କରାଯିବକି ?ସେମାନେ କଣ ଦୋଷୀ ସାବ୍ୟସ୍ତ ହେବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।

ad-week
Leave A Reply

Your email address will not be published.