ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସ୍‌ଆଇ ଓ ହୋମଗାର୍ଡ…

add-all

ବାଲେଶ୍ୱର: ଖନ୍ତାପଡ଼ା ଥାନାରେ ବୁଧବାର ଅପରାହ୍‌ଣରେ ଭିଜିଲାନ୍ସର ଏହି ଚଢ଼ଉ ହୋଇଛି। ଏହି ଥାନାରେ ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ ପୁଲିସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ପୁଲିସ ଗତ କିଛି ଦିନ ତଳେ ଏକ ପଥର ଗାଡି ଧରିବା ସହିତ ଗାଡି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗାଡିର ମାଲିକ ହେଉଛନ୍ତି ରେମୁଣା ବ୍ଲକ ମେଣ୍ଡରା ଅଞ୍ଚଳର। ସେ ଗାଡ଼ି ନେବା ପାଇଁ କୋର୍ଟର ଆଦେଶ ଆଣିଥିଲେ। କିନ୍ତୁ ଥାନାର ଏଏସଆଇ ରତିକାନ୍ତ ଦାସ ୨୦ ହଜାର ଟଙ୍କା ଦେଲେ ଗାଡି ଛଡ଼ାଯିବ ବୋଲି କହିଥିଲେ। ତେଣୁ ଗାଡ଼ିର ମାଲିକ ଟଙ୍କା ନଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସର କହିବା ମୁତାବକ ସେ ୨୦ହଜାର ଟଙ୍କା ରତିକାନ୍ତଙ୍କୁ ଦେଉଥିବା ବେଳେ ସେ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଦେବାକୁ କହିଥିଲେ। ତେଣୁ ଭିଜିଲାନ୍ସ ଖନ୍ତାପଡ଼ା ଥାନାରେ ପହଞ୍ଚି ଚଢ଼ଉ କରିବା ପରେ ଟଙ୍କା ସହିତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ନିଜ ହେପାଜତକୁ ନେଇଛନ୍ତି ।

ad-week
Leave A Reply

Your email address will not be published.