ମରାମତି ବେଳେ ଛିଡ଼ିପଡ଼ିଲା ଡାକୋଟା, ୨ କର୍ମଚାରୀ ଆହତ…

add-all

ଭୁବନେଶ୍ବର: ମରାମତି ବେଳେ ହାଇଡ୍ରା ବେଲ୍ଟରୁ ଛିଡ଼ିପଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ମରାମତି ବେଳେ ଘଟିଥିବା ଏହି ଅଘଟଣରେ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି। ଆଜି ପ୍ରାୟ ଅପରାହ୍ନ ପ୍ରାୟ ୫ଟା ୪୫ ସମୟରେ ଏହି ଘଟଣା ଘଟିଛି। ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଘଟଣ ଘଟିଥିବା ନିୟୋଜିତ କିଛି ଶ୍ରମିକଙ୍କ ସୂଚନା ଦେଇଥିବା ବେଳେ ଏଭଳି କିଛି ଘଟିନଥିବା କହିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ।

ଶ୍ରମିକଙ୍କ ସୂଚନା ମୁତବକ ଢାକୋଟା ବିମାନର ପଛ ପାର୍ଶ୍ୱକୁ ଟେକି ରଖିଥିବା ହାଇଡ୍ରାର ବେଲ୍ଟ ଛିଡ଼ି ଯିବାରୁ ବିମାନର ଉଇଙ୍ଗ ଉପରେ ଠିଆ ହୋଇ କାମ କରୁଥିବା ଦୁଇ ଜଣ କର୍ମଚାରୀ ତଳକୁ ଖସି ପଡ଼ିଥିଲେ। ଜଣଙ୍କ ମୁଣ୍ଡ ଫାଟି ରକ୍ତ ବୋହୁଥିଲା। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଏହି ଘଟଣ ପରେ ଦୁଇଟି ହାଇଡ୍ରା ପହଞ୍ଚି ଥିଲା। ଗୋଟାଏ ଆଗ ପାର୍ଶ୍ୱକୁ ଓ ଅନ୍ୟଟି ପଛ ପାର୍ଶ୍ୱକୁ ଟେକି ରଖିଥିଲା। ଘଟଣାସ୍ଥଳରେ ବିମାନ ମରାମତି କରୁଥିବା କମ୍ପାନୀର ଉଚ୍ଚ ଅଧିକାରୀମାନେ ପହଞ୍ଚି ତଦାରଖ କରିଥିଲେ। ବହୁ ପଚାରିବା ପରେ ଜଣେ ଅଧିକାରୀ କହିଥିଲେ, ବିଶେଷ କିଛି ବଡ଼ ଘଟଣା ଘଟିନି। ଆହତମାନେ ଚିକିତ୍ସିତ ହୋଇ ଫେରି ଆସିଲେଣି।

ସୂଚନା ଥାଉକି, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସାମ୍ନାରେ ଏହି ବିମାନ ମରାମତି ଚାଲିଛି। ଏହି କାମରେ ପ୍ରାୟ ୧୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରାୟ ଗୋଟିଏ ଏକର ଜମିରେ ଏକ ପିଣ୍ଡି କରାଯାଇ ବିମାନ ମରାମତି ହେଉଛି। କୋଲକାତା ବିମାନ ବନ୍ଦରରୁ ନିକଟରେ ଡାକୋଟାକୁ ଭୁବନେଶ୍ୱର ଅଣାଯାଇଛି। ମରାମତି ପରେ ଡାକୋଟା ସାଧାରଣ ଲୋକଙ୍କ ପରିଦର୍ଶନ ନିମନ୍ତେ ଦିଆଯିବ।

ad-week
Leave A Reply

Your email address will not be published.