ମାର୍ଚ୍ଚରୁ ମେ ଅସହ୍ୟ ତାତି: ଉପରମୁହାଁ ହେଲାଣି ପାରଦ, ୩ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା…

add-all

ଭୁବନେଶ୍ୱର: ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ । ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୩ ରୁ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ରାଜ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ଅଧିକାଂଶ ସ୍ଥାନରେ ୫୦ ପ୍ରତିଶତରୁ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ରହିଛି ।

ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଆଇଏମଡି। ଅନ୍ୟପଟେ ଦୀର୍ଘ ଦିନ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ତାତି ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଜାନୁଆରୀ ଓ ଫେବ୍ରୁଆରୀରେ ଆଦୌ ବର୍ଷା ହୋଇନାହିଁ। ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ପରିସ୍ଥିତି ଜଟିଳ ହେବାକୁ ଯାଉଛି।

ଭାରତରେ ଏ ବର୍ଷ ଆଗୁଆ ଭୀଷଣ ଗରମ ଅନୁଭୂତ ହେବ । ମାର୍ଚ୍ଚରୁ ହିଁ ଲୁ’ ଆସି ଦେଶବାସୀଙ୍କୁ ସିଝାଇବ । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ad-week
Leave A Reply

Your email address will not be published.