ପରୀକ୍ଷା ଦେଇ ବାହାରିବା ପରେ +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ…

add-all

ଗୁଣପୁର: ଗୁଣପୁରରେ +୨ ଯାତ୍ରୀଙ୍କ ଗଳା କାଟିଲା ଯୁବକ । ଦ୍ରୌପଦୀ କଲେଜ ନିକଟରେ ଛାତ୍ରୀ ଜଣକ ପରୀକ୍ଷା ଦେଇ ବାହାରିବା ବେଳେ ଗଳା କାଟିଲା ଯୁବକ । ଗୁରୁତର ଯାତ୍ରୀ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଯୁବକକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ କଲେଜରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ତାଙ୍କୁ ଜଣେ ଯୁବକ ଟାର୍ଗେଟ କରି ପୂର୍ବରୁ ପ୍ରସ୍ତୁତ ଥିଲା। ଛାତ୍ରୀକୁ ଦେଖିଲା ମାତ୍ରେ ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଛାତ୍ରୀଙ୍କ ଘର ବିଷମକଟକ ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ କାବୁକରି ପୋଲିସର ଜିମା ଦେଇଛନ୍ତି।

ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.