ମଣ୍ଟୁ ଛୁରିଆଙ୍କ ନାମରେ ଫେକ ଆକାଉଣ୍ଟ କରି ଟଙ୍କା ମାଗିବା ଘଟଣାରେ ୨ ଗିରଫ…

add-all

ସମ୍ବଲପୁର:  ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଫେସବୁକ ଓ ପବଜି ଆକାଉଣ୍ଟ କରି ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ। ଗିରଫ ଅଭିଯୁକ୍ତମାନେ ଦେବଗଡ ଜିଲ୍ଲାର ହୋଇଥିବାବେଳେ ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜକୁ ମଣ୍ଟୁ ଛୁରିଆ କହି ଟଙ୍କା ମାଗୁଥିଲେ। ମଣ୍ଟୁଙ୍କ ଫ୍ୟାନ୍ ମାନେ ଉକ୍ତ ଆକାଉଣ୍ଟରେ ଫୋନ ପେ ମାଧ୍ୟମରେ ଟଙ୍କା ଦେଇଥିବା ପୋଲିସ କହିଛି । ତେବେ କେତେ ଟଙ୍କା ଦିଆଯାଇଛି ତାହା ସ୍ପଷ୍ଟ କରିନାହିଁ।

ଫୋନ ପେ’ କୁ ସବୁ ତଥ୍ୟ ସାଇବର ସେଲ ମାଗିଛି। ତଥ୍ୟ ଆସିଲେ ସବୁ ଜଣାପଡିବ ବୋଲି ସମ୍ବଲପୁର ସାଇବର ପୋଲିସ ସୂଚନା ଦେଇଛି।  ତେବେ ମଣ୍ଟୁ ଛୁରିଆଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୨  ଜଣଙ୍କୁ ଗିରଫ କରିଛି। ଏହା ସହ ଏଭଳି ଫେକ ଆକାଉଣ୍ଟରୁ ଦୂରେଇ ରହିବା ପାଇଁ ମଣ୍ଟୁ ନିଜେ ଅନୁରୋଧ କରିବା ସହ ସଚେତନ କରାଇଛନ୍ତି।

ad-week
Leave A Reply

Your email address will not be published.