ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା…

add-all

ସମ୍ବଲପୁର (୨/୩) : କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଓ ସି ଡି ଏମ ଓ ଙ୍କ ଆଲୋଚନା କରିଛନ୍ତି।

ଗତ ବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରାଯିବା ପାଇଁ ଘୋଷଣା କରିଛନ୍ତି। ଘୋଷଣା ପୂର୍ବରୁ ରାସନ କାର୍ଡ କୁ ଆଧାର କରାଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରାଯାଇଛି। ସମ୍ବଲପୁର କେନ୍ଦୁପତ୍ର ଡିଭିଜନ ରେ ଥିବା ୨୯୦୨୩ ଜଣ ତୋଳାଳୀ ମଧ୍ୟରୁ ୪୯୯୬, ରେଢ଼ାଖୋଲ ଡିଭିଜନ ରୁ ୨୭୨୬୧ ତୋଳାଳୀ ମଧ୍ୟରୁ ୩୯୩୩ , କୁଚିଣ୍ଡା ଡିଭିଜନ ର ୩୯୮୭୯ ତୋଳାଳୀ ମଧ୍ୟରୁ ୩୪୬୯ ଜଣ ତୋଳାଳୀ ମୋଟ ୧୨୩୯୮ଜଣ ଅନ୍ତର୍ଭୂକ୍ତ ହୋଇନାହାନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ରାସନ୍ କାର୍ଡ ବଧ୍ୟାତା ମୁଳକ ଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ନିୟମକୁ କୋହଳ କରାଯାଇ କେନ୍ଦୁପତ୍ର ପରିଚୟ ପତ୍ର ଥିବା ପରିବାର କୁ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତି ନିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ପାରିନଥିବା ତୋଳାଳୀ ଙ୍କୁ କେନ୍ଦୁପତ୍ର ପରିଚୟ ପତ୍ର କୁ ଆଧାର କରି ବିଏସକେୱାଏ କାର୍ଡ ପ୍ରଦାନ କରିବା ନିଷ୍ପତି ଦ୍ଵାରା ଓଡ଼ିଶାର ପ୍ରାୟ ଦେଢ ଲକ୍ଷ ତୋଳାଳୀ ଲାଭବାନ ହେବେ। ଡିଏଫ୍ଓ କେନ୍ଦୁଲିଫ୍ ଏବଂ ସିଡିଏମଓ ଙ୍କ ମିଳିତ ପ୍ରୟାସ ଦ୍ବାରା ବଞ୍ଚିତ ତୋଳାଳୀ ଏବଂ କର୍ମଚାରୀ ମାନେ କିପରି ଭାବରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ସେ ଦିଗରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ବିଷୟରେ ଆଜି ଶ୍ରୀ ମହାନ୍ତି ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ସିଡିଏମଓ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବା ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଆଲୋଚନା ସମୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଉପ ସଭାପତି ଗୋକୁଳ ମେହେର, ଜିଲ୍ଲା ଉପ ସଭାପତି ସୁମିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.