ଘରୁ ୬ କୋଟି ଟଙ୍କା ଜବତ, ଗିରଫ ହେଲେ କର୍ଣ୍ଣାଟକ ‘ବିଜେପି’ ବିଧାୟକଙ୍କ ପୁଅ…

add-all

ବେଙ୍ଗାଲୁରୁ: ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି।

ଗୁରୁବାର ଦିନ ଅଫିସ୍‌ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’ ବିଧାୟକଙ୍କ ପୁଅ ତଥା ‘ବାଙ୍ଗାଲୋର୍‌ ୱାଟର୍‌ ସପ୍ଲାଏ ଆଣ୍ଡ୍‌ ସ୍ବିରେଜ୍‌ ବୋର୍ଡ’ର (ବିଡବ୍ଲୁଏସ୍‌ଏସ୍‌ବି) ମୁଖ୍ୟ ଆକାଉଣ୍ଟସ୍‌ ଅଧିକାରୀ ପ୍ରଶାନ୍ତ ମଣ୍ଡଳ ଧରାପଡ଼ିଥିଲେ। ଏହା ପରେ ‘ଲୋକାୟୁକ୍ତ’ ତାଙ୍କ ବାସଭବନ ଓ ଅଫିସରେ ତଲାସ କରିଥିଲା।

‘ଲୋକାୟୁକ୍ତ’ ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରଶାନ୍ତ ଲାଞ୍ଚ ମାଗୁଛନ୍ତି ବୋଲି ଗୁରୁବାର ସକାଳେ ଜଣେ ବ୍ୟକ୍ତି ଅଭିଯୋଗ ପଞ୍ଜିକୃତ କରାଇଥିଲେ। ସେହି ଅନୁସାରେ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ‘ଲୋକାୟୁକ୍ତ’ ଅଧିକାରୀମାନେ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବ‌େଳେ ପ୍ରଶାନ୍ତଙ୍କୁ ଧରିଥିଲେ।

‘ବିଜେପି’ ବିଧାୟକଙ୍କ ବାସଭବନରୁ ‘ଲୋକାୟୁକ୍ତ’ ନଗଦ ୬୦୦ କୋଟି ଟଙ୍କା ପାଇଥିଲେ। ଏ ସଂକ୍ରାନ୍ତରେ ପଚରା ଉଚରା ପାଇଁ ‘ଲୋକାୟୁକ୍ତ’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ।

ନଗଦ ୪୦ ଲକ୍ଷ ଟଙ୍କା ଲାଞ୍ଚ ବ୍ୟତିରେକେ, ପ୍ରଶାନ୍ତ ମଣ୍ଡଳଙ୍କ କାର୍ଯ୍ୟାଳୟରୁ ‘ଲୋକାୟୁକ୍ତ’ ୧.୭ କୋଟି ଟଙ୍କା ପାଇଛି। ‘ଲୋକାୟୁକ୍ତ’ର ଜଣେ ଅଧିକାରୀ କହିଛନ୍ତି, ଆମେ ତାଙ୍କ ଅଫିସ୍‌ ତଲାସ କରି ୧.୭ କୋଟି ଟଙ୍କା ପାଇଲୁ। ପ୍ରଶାନ୍ତ ତାଙ୍କ ବାପାଙ୍କ ତରଫରୁ ଲାଞ୍ଚ ଗ୍ରହଣ କରୁଥିଲେ। ଆମେ ଜବତ କରିଥିବା ଟଙ୍କାର ଉତ୍ସର ଅନୁସନ୍ଧାନ କରୁଛୁ।

ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ହେଉଛନ୍ତି ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ।

ad-week
Leave A Reply

Your email address will not be published.