ପରୀକ୍ଷାର ୩୦ମିନିଟ ପୂର୍ବରୁ ଦ୍ବାଦଶଶ୍ରେଣୀର ଗଣିତ ପେପର ଲିକ…

add-all

ନୂଆଦିଲ୍ଲୀ: ମହାରାଷ୍ଟ୍ର ବୋର୍ଡ ହାୟର୍‌ ସେକେଣ୍ଡାରି ସାର୍ଟିଫିକେଟ (ଏଚଏସସି)ର ପେପର ଶୁକ୍ରବାର ଲିକ ହୋଇଯାଇଛି। ଏହି ଲିକ ବୁଲଢ଼ାଣା ଜିଲ୍ଲା ସିନ୍ଦେଖେଡ଼ ରାଜାର ପରୀକ୍ଷା କେନ୍ଦ୍ରରୁ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଏଚଏସସିର ପରୀକ୍ଷା ୧୧ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ହେବାର ୩୦ମିନିଟ ପୂର୍ବରୁ ପେପର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

ମହାରାଷ୍ଟ୍ରରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଅଲଗା ଅଲଗା ସିଫ୍ଟରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବ। ପ୍ରଥମ ସିଫ୍ଟ ସକାଳ ୧୧ଟାରୁ ୨ଟା ପର୍ଯ୍ୟନ୍ତ ରହିଥିବା ବେ‌ଳେ ଦ୍ବିତୀୟ ସିଫ୍ଟ  ୩ଟାରୁ ୬ଟା ପର୍ଯ୍ୟନ୍ତ ଆୟାଜିତ କରାଯାଇଛି।

ମାର୍ଚ୍ଚ ୩ ତାରିଖ ଅର୍ଥାତ ଶୁକ୍ରବାର ସକାଳ ସିଫ୍ଟରେ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ପରୀକ୍ଷା ଆରମ୍ଭର ଠିକ ୩୦ମିନିଟ ପୂର୍ବରୁ ପେପର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସମସ୍ତେ ଦେଖିବାକୁ ଓ ଜାଣିବାକୁ ପାଇଥିଲେ।

ପରୀକ୍ଷା ପେପର ଲିକ ହେବା  ଘଟଣା ପ୍ରଘଟ ହେବାପରେ, ଏହାକୁ ନେଇ ଶିକ୍ଷା ଅଧିକାରୀ ଯାଞ୍ଚ ଆରମ୍ଭ କରିଛନ୍ତି। ଏଥିସହିତ ବିଧାନସଭା ଅଧିବେଶନରେ ବିରୋଧୀ ପେପର ଲିକ ଘଟଣାକୁ ନେଇ ସରକାରଙ୍କୁ ଆକ୍ଷେପ ବି କରିଛନ୍ତି।

ad-week
Leave A Reply

Your email address will not be published.