ବିଜେପି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦାୟର

add-all

ବିଜେପି ଯୁବ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାଙ୍କୁ ପୁଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁକୁ ବିରୋଧ କରି ପୁଲିସ ଡ଼ିଜିଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏତଲା ଦାୟର କରାଯାଇଛି। ଏ ନେଇ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇ ଥିବା ବେଳେ ବିଜେପି ମଣ୍ଡଳ ସଭାପତି ବାମନ ବାରିକଙ୍କ ପକ୍ଷରୁ ପୁରୁଣାକଟକ ଥାନାରେ ପୁଲିସ ଡି.ଜି, ଭୂବନେଶ୍ୱର-କଟକ ଡିସିପି ଏବଂ କମିଶନରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି।

ସେହିପରି ପାଟଣା ଥାନା, କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ତୁରୁମୁଙ୍ଗା ଥାନା, ସତ୍ୟବାଦୀ ବ୍ଲକ ବିଜେପି ତରଫରୁ ସତ୍ୟବାଦୀ ଥାନା, ନବରଙ୍ଗପୁର ସଦର ବିଜେପି ଟାଉନ ଥାନା, ଚୌଦ୍ୱାର ଓ ଇନ୍ଦ୍ରଣୀପାଟଣା ମଣ୍ଡଳ ଯୁବ ମୋର୍ଚ୍ଚା ତରଫରୁ ଚୌଦ୍ୱାର ଥାନା, ସମ୍ବଲପୁର ଭାଜପା ଯୁବମୋର୍ଚ୍ଚା ମହାନଦୀ ମଣ୍ଡଳର ସଭାପତି ଅଭିଷେକ ମିଶ୍ରଙ୍କ ନେତୃତ୍ୱରେ ଟାଉନ ଥାନା ଓ ଭାରତୀୟ ଜନତା ପାର୍ଟି ତିଗିରିଆ ତରଫରୁ ତିଗିରିଆ ଥାନାରେ ଏତଲା ଦାୟର କରାଯାଇଛି।

ad-week
Leave A Reply

Your email address will not be published.