ମେକଅପ୍‌ କରି ପୋଡିଗଲା ମୁହଁ, ବାହା ହେବାକୁ ମନା କରିଦେଲା ବର…

add-all

ବିବାହକୁ ନେଇ ସବୁ ଯୁବତୀଙ୍କର ଅନେକ ଆଶା ରହିଥାଏ । ଏଭଳି ସ୍ମରଣୀୟ ଦିନରେ କ’ଣ ପିନ୍ଧିବେ କେମିତି ଦେଖାଯିବେ, ଏହାକୁ ନେଇ ଅନେକ ପ୍ରକାର ପ୍ଲାନିଂ କରିଥାନ୍ତି । ଆଉ ବିବାହ ହେବାର ମାସକ ଆଗରୁ ସଜବାଜ ହେବା ପାଇଁ ଚାହିଁ ରହିଥାନ୍ତି । ପାଲର୍ର ଯାଇ ନିଜକୁ ସଜାଇଥାନ୍ତି । ବିବାହର କିଛିଦିନ ଆଗରୁ ମେକଓଭର ଆରମ୍ଭ ହୋଇଯାଏ । ଆଉ ଏହି ସମୟରେ ଅନେକ ପ୍ରଡକ୍ଟ ବ୍ୟବହାର କରାଯାଏ । ଆଉ ବେଳେ ବେଳେ ଏମିତି ପରିସ୍ଥିତି ଆସିଯାଏ, ଯାହା ପାଇଁ ବାହାଘର ଭାଙ୍ଗିଯାଏ । ଏମିତି ଏକ ମାମଲା କର୍ଣ୍ଣାଟକରେ ଦେଖିବାକୁ ମିଳିଛି ।

ବିବାହ ପାଇଁ ପାର୍ଲର ଯାଇଥିବା ବେଳେ କନ୍ୟାର ମୁହଁ ଖରାପ ହୋଇଯାଇଥିଲା। ଯେଉଁଥି ପାଇଁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା । ତାଙ୍କର ଚିକିତ୍ସା କରାଯାଇଛି । ଆଉ ଏଭଳି ପରିସ୍ଥିତିରେ ବର ବାହା ହେବାକୁ ମନା କରିଦେଇଛି । କେବଳ ବର ଦୁହେଁ ତାଙ୍କ ପରିବାର ଲୋକେ ମଧ୍ୟ ବାହାଘର ପାଇଁ ମନା କରିଦେଇଥିଲେ ।

ଅରସିକେରେ ସହରରେ ବିବାହ ଉତ୍ସବରେ ଅଧିକ ସୁନ୍ଦର ଦେଖାଯିବାର ପାଇଁ ମେକପ ନେବାକୁ ଯାଇଥିବା ଜଣେ ଯୁବତୀଙ୍କ ମୁହଁ ପୋଡ଼ି ହୋଇ କଳା ପଡ଼ିଯିବାରୁ ବର ବାହା ହେବାକୁ ମନା କରିଦେଇଛନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକର ହାସନ ଜିଲ୍ଲାର ଅରସିକେରେ ଗ୍ରାମରେ ଘଟିଛି। ବିବାହ ପୂର୍ବରୁ ସମ୍ପୃକ୍ତ ଯୁବତୀ ଜଣକ ମୁହଁକୁ ଅଧିକ ସୁନ୍ଦର କରିବା ପାଇଁ ମେକପ ନେବାକୁ ଏକ ପାର୍ଲର ଯାଇଥିଲେ।

ସେଠାରେ ତାଙ୍କ ମୁହଁରେ ଅତ୍ୟଧିକ କେମିକାଲ ମିଶା ସାମଗ୍ରୀ ବ୍ୟବହାର କରାଯାଇଥିଲା। ଫଳରେ ଯୁବତୀ ଜଣକର ମୁହଁ ପୋଡ଼ି ହେବାକୁ ଲାଗିଥିଲା। ଆଉ ତାଙ୍କ ମୁହଁ କଳା ପଡ଼ି ଯାଇଥିଲା । କେବଳ ସେତିକି ନୁହଁ ମୁହଁ କଳା ନୁହଁ ବରଂ ଫୁଲିଯାଇ ଅଧିକ ଅସୁନ୍ଦର ହୋଇଥିଲା। ଯୁବତୀଙ୍କ ମୁହଁ ଅସୁନ୍ଦର ହୋଇଥିବା ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲେ ବର । ଏହି ମାମଲାକୁ ନେଇ ପାର୍ଲର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ।

ad-week
Leave A Reply

Your email address will not be published.