ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି: ଆପ

add-all

ନୂଆଦିଲ୍ଲୀ : ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା ସ୍ୱୀକାରୋକ୍ତିରେ ଦସ୍ତଖତ କରନ୍ତୁ। ଏମିତ ଅଭିଯ୍ଗ ଆଣିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ। ସେହ କହିଛନ୍ତି ଯେ, ୬ଦିନ ଧରି ମନୀଷ ସିସୋଦିଆଙ୍କୁ ସିବିଆଇ ରିମାଣ୍ଡରେ ନେଇଛି। ମନୀଷଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ସିବିଆଇ ଚାପ ପକାଇ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରମାଣ ପାଇ ନାହିଁ। ସେମାନେ ତାଙ୍କ ବାସଭବନରେ ଚଢ଼ାଉ କରି ମଧ୍ୟ କିଛି ପାଇ ନଥିଲେ ବୋଲି ଶ୍ରୀ ସିଂ କହିଛନ୍ତି। ଗତ ରବିବାର ଦିଲ୍ଲୀର ମଦ ଦୁର୍ନୀତି ଅଭିଯୋଗରେ ସିସୋଦିଆଆଙ୍କୁ ଗିରଫ କରାଯାଇଥିଲା।
ପ୍ରଥମେ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା। ଗତକାଲି କୋର୍ଟ ତାଙ୍କର ଆଉ ଦିନେରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ, ସିସୋଦିଆ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚରାଯାଉଛି ଏବଂ ଏହା ମାନସିକ ନିର୍ଯ୍ୟାତନା ଦିଆଯାଉଛି। ୫୧ ବର୍ଷୀୟ ସିସୋଦିଆଙ୍କୁ ଗତ ଗୁରୁବାର ସିବିଆଇ ଗିରଫ କରିଥିଲା। ଗିରଫର ପରଦିନ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜାମିନ ଆବେଦନରେ ସିସୋଦିଆ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ‘ରିକଭିରି’ ଶେଷ ହୋଇଥିବାରୁ ତାଙ୍କୁ ହାଜତରେ ରଖିଲେ କିଛି ସୁଫଳ ମିଳିବ ନାହିଁ।
ଯେତେବେଳେ ସମନ ପାଇବେ ତୁରନ୍ତ ସିବିଆଇରେ ହାଜର ହେବେ ବୋଲି ସେ କହିଛନ୍ତି।ସ‌େ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନ‌େ ମଧ୍ୟ ଜାମିନ ପାଇ ସାରିଛନ୍ତି। ସୁପ୍ରିମ୍‌ କୋର୍ଟ ଜାମିନ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେବାରୁ ସିସୋଦିଆଙ୍କ ଓକିଲ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ।

ad-week
Leave A Reply

Your email address will not be published.