ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହାଣିଦେଲା ପୁଅ…

add-all

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମାକୁ ହତ୍ୟା କରିଛି।
ବିଂଝାରପୁର ଥାନା ଅନ୍ତର୍ଗତ ବିନ୍ଧାଣି ଗାଁରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ମା’କୁ କଟୁରିରେ ହାଣି ମାରିଛି ପୁଅ।

ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା ଓଝା(୬୦)। ଅପରପକ୍ଷରେ ଅଭିଯୁକ୍ତ ପୁଅ ଗୋପାଳ ଓଝା (୪୦) ବୋଲି ଜଣାଯାଇଛି। ଅଭିଯୁକ୍ତ ଗୋପାଳ ଅବିବାହିତ ଏବଂ ତାର ବାହାଘର ହୋଇପାରୁନଥିବା ହେତୁ ରାଗରେ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଗତକାଲି ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଗୋପାଳ କେଉଁଆଡ଼େ ଫେରାର ହୋଇଯାଇଥିଲା। ହେଲେ ଆଜି ସକାଳେ ପୁଲିସ ତାକୁ ବିଦାପଡ଼ା ଗାଁରୁ ଠାବ କରିଥିଲା। ଅଭିଯୁକ୍ତ ପୁଅ ଗୋପାଳ ଓଝାକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏଣେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୁଲିସ।

ad-week
Leave A Reply

Your email address will not be published.