ଧୂଳି ଉଡ଼େଇ ପର୍ଯ୍ୟଟକଙ୍କ ଗାଡ଼ିକୁ ଓଲଟାଇବାକୁ ଧାଇଁ ଆସିଥିଲା ହାତୀ: ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ‌ଦୌଡ଼ିଲେ ଲୋକେ

add-all

ନୂଆଦିଲ୍ଲୀ: ପର୍ଯ୍ୟଟକମାନେ ଚିଡ଼ିଆଖାନରେ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ମଜା ନେବା ପାଇଁ ଜଙ୍ଗଲ ସଫାରି ବାଛି ଥାଆନ୍ତି। କିନ୍ତୁ ସମୟସମୟରେ ଏହି ଜଙ୍ଗଲ ସଫାରି ‌ବେଳେ ପର୍ଯ୍ୟଟକମାନେ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୋଇଥିବାର ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦେଖିବ‌ାକୁ ମିଳୁଛି କିଛି ପର୍ଯ୍ୟଟକ ସଫାରିରେ ବସି ପଶୁପକ୍ଷୀଙ୍କ ଅତି ନିକଟରୁ ଫଟୋ ଓ ଭିଡିଓ କରୁଥିବାର ମଜା ‌ଉଠାଉଛନ୍ତି। ଏହି ସମୟରେ ହଠାତ ଏକ ହାତୀ ଧୂଳି ଉଡ଼ାଇ ପର୍ଯ୍ୟଟକଙ୍କ ସଫାରି ସାମ୍ନାକୁ ଚାଲି ଆସିଥିଲା। ଆଉ ପର୍ଯ୍ୟଟକ ବସିଥିବା ଗାଡ଼ିକୁ ଓଲଟାଇବାକୁ ଚେଷ୍ଟା କରିଥିଲା।
ଏହି ଭୟାବହ ଦୃଶ୍ୟକୁ ଦେଖି ଉକ୍ତ ଗାଡ଼ିରେ ବସିଥିବା ପର୍ଯ୍ୟଟକମାନେ ଜୀବନ ବିକଳରେ ଘଟଣାସ୍ଥଳ ଛାଡ଼ି ଏଣେତେଣେ ଧାଇଁବାକୁ ଲାଗିଥିଲେ। ଆଉ ହାତୀ ପର୍ଯ୍ୟଟକଙ୍କ ଗାଡ଼ିକୁ କିଛି ସମୟରେ ଠେଲିବା ପରେ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି।
ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ପର୍ଯ୍ୟଟକଙ୍କୁ ବିଶେଷ କିଛି ଆଘାତ ଲାଗି ନାହିଁ। ଏହି ଘଟଣାର ଦୃଶ୍ୟକୁ ଇନଷ୍ଟାଗ୍ରାମରେ big.cats.india ନାମକ ଆକାଉଣ୍ଟରେ ସେୟାର କରାଯାଇଛି।
ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ପଶୁପକ୍ଷୀଙ୍କ ଉପରେ ଦୟାକର। ଏ ମଣିଷ କେବେ ପଶୁପକ୍ଷୀଙ୍କୁ ଏକା ଛାଡ଼‌ିବ? ସେମାନଙ୍କୁ ବି ସ୍ବାଧୀନ ଭାବେ ବୁଲିବାକୁ ଦିଆଯାଉ।’

ad-week
Leave A Reply

Your email address will not be published.