ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ…

add-all

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ବଡଦାଣ୍ଡ ସାହିରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀଙ୍କୁ ଜଣେ ପଡୋଶୀ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ପତ୍ନୀ ଲକ୍ଷ୍ମୀ ନିଜ ଘରେ ଥିବା ସମୟରେ ପଡୋଶୀ ବ୍ୟକ୍ତି ଜଣକ ସୁରେନ୍ଦ୍ରଙ୍କ ଉପରକୁ ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହେଉଥିବା ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ନିମନ୍ତେ କବି ସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହି ଥିବାବେଳେ କିଛି ଦିନ ପୂର୍ବେ ଘର ଆଗରେ ଗାଡି ପର୍କିଙ୍ଗକୁ କେନ୍ଦ୍ର କରି ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ତାହାକୁ କେନ୍ଦ୍ରକରୀ ବିଳମ୍ବିତ ରାତିରେ ପଡୋଶୀ ଦମ୍ପତିଙ୍କ ଉପରକୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯଉଛି । ଅନ୍ୟପଟେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.