୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

add-all

ଭୁବନେଶ୍ୱର : EOW ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି ଇଓଡବ୍ଲୁ । ବାରଙ୍ଗ ବଛପୁର ଅଞ୍ଚଳରେ ୨ କୋଟି ଟଙ୍କାର ଜମି ବିକିବାକୁ କହି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଆଡ଼ଭାଂଶ ଆକାରରେ ୨୫ଲକ୍ଷ ଟଙ୍କା ନେଇ ଥିଲେ ଦୁଇ ଠକ। ଟଙ୍କା ନେବା ପରେ ଅଭିଯୁକ୍ତ ଦୁଇ ଜଣ ଫୋନ ସୁଇଜଅଫ କରି ଧରା ଛୁଆଁ ଦେଇ ନଥିଲେ। ଏନେଇ ଶୈଳଶ୍ରୀ ବିହାର ଅଞ୍ଚଳର ସ୍ବସ୍ତି ରଞ୍ଜନ ପାଣି eow ରେ ଅଭିଯୋଗ କରିଥିଲେ। ଏହା ପରେ eow ତଦନ୍ତ କରି ଦୁଇ ଠକକୁ ଗିରଫ କରିଛି।

ସୂଚନା ଅନୁଯାୟୀ ରଙ୍ଗଲତା ସ୍ୱାଇଁ ନାମକ ଜଣେ ମହିଳାଙ୍କ ଜମିକୁ ବିକିବାକୁ କହି ଅଭିଯୋଗକାରୀଙ୍କୁ ଜାଲ କାଗଜ ପତ୍ର ଦେଖାଇ ବିଶ୍ୱାସ ଜନମେଇ ଥିଲେ ଦୁଇ ଠକ।
ଏହା ପରେ ଜାଗା ରେଜିଷ୍ଟ୍ରି କଲେ ନାହିଁ କି ଫୋନ ଉଠେଇଲେ ନାହିଁ। ପ୍ରକୃତ ଜାଗା ମାଲିକ ରଙ୍ଗଲତା ସ୍ୱାଇଁଙ୍କ ଅଜାଣତରେ ଦୁଇ ଅଭିଯୁକ୍ତ ଜାଲ କାଗଜ ପତ୍ର କରି ଜମି ବିକିବାକୁ ବିଭିନ୍ନ ଲୋକଙ୍କୁ ଠକେଇ କରିଥିଲେ। ଏପରିକି ରଙ୍ଗଲତା ସ୍ୱାଇଁ ନାଁରେ ଫେକ କାଗଜ ପତ୍ର କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପ୍ରତିଷ୍ଠିତ ଇଲେକ୍ଟ୍ରିକ ଦୋକାନରୁ ଜିନିଷ ପତ୍ର କିଣିଛନ୍ତି ଅଭିଯୁକ୍ତ ସବିତା ଦାସ। ଏଥିସହିତ ଖୋର୍ଦ୍ଧା ଏବଂ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ନିକଟରୁ ଜମି ବିକି ବାକୁ କହି ଟଙ୍କା ଠକେଇ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି eow। ଏହି ରାକେଟରେ ଆହୁରି ଅନେକ ବ୍ୟକ୍ତି ଥାଇପାରନ୍ତି ବୋଲି ସନ୍ଦେହ କରିଛି ଇଓଡବ୍ଲୁ ।

ad-week
Leave A Reply

Your email address will not be published.