ଭାରତରେ ଗର୍ଜିଲେ ଇରାନୀ ମହିଳା, ନିଜ ଦେଶ ବିରୋଧରେ ଧାରଣା ଦେଲେ

add-all

ନୂଆଦିଲ୍ଲୀ : ନାବାଳିକାଙ୍କୁ ତଥା ମହିଳାଙ୍କୁ ଶିକ୍ଷାଠୁ ଦୂରେଇ ରଖିବା ନିମନ୍ତେ ଇରାନରେ ହେଉଥିବା ଅମାନବୀୟ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ନାବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କେତେବେଳେ ସେମାନଙ୍କ ଖାଦ୍ୟରେ ବିଷ ଦିଆଯାଉଛି ତ କେତେବେଳେ ସେମାନଙ୍କ ଉପରକୁ ରସାୟନିକ ପଦାର୍ଥ ଫିଙ୍ଗା ଯାଉଥିବାରୁ ବହୁ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମଗ୍ର ବିଶ୍ୱରେ ଏପରି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରାଯାଉଥିବା ବେଳେ ଭାରତରେ ବି ଏହା ବିରୋଧରେ ଗର୍ଜନ ଶୁଣିବାକୁ ମିଳୁଛି।
ବାଙ୍ଗାଲୁରୁର ଚର୍ଚ୍ଚ ଷ୍ଟ୍ରିଟରେ ନିକୁ ନାମ୍ନୀ ଇରାନୀ ମହିଳା ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ଇରାନୀ ମହିଳାଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ନିମନ୍ତେ ସମର୍ଥନ ଦେବାକୁ ମହିଳାଜଣକ ଭାରତ ସରକାରଙ୍କୁ ଅପିଲ କରିଛନ୍ତି।
ନିକୁଙ୍କ ଅଭିଯୋଗ ଅନୁଯାୟୀ, ଇରାନରେ କୁନି କୁନି ନାବାଳିକାଙ୍କୁ ଶିକ୍ଷାଠାରୁ ଦୂରେଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରାଯାଉଛି। ଏଥିନିମନ୍ତେ ଦୁର୍ବୃତ୍ତମାନେ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।
ଏଥିସହ ସେ କହିଛନ୍ତି, ଆମେ ହିଜାବ ବିରୋଧୀ ନୁହଁ । କିନ୍ତୁ ଏହାକୁ ଜୋରଜବରଦସ୍ତ ଆମ ଉପରେ ଲଦି ଦିଆଯାଉଥିବା ବେଳେ ଆମେ ତାହାକୁ ତୀବ୍ର ବିରୋଧ କରୁଛୁ।
ଇରାନର କଠୋରପନ୍ଥୀମାନେ ଛାତ୍ରୀଙ୍କ ପାଠପଢ଼ାକୁ ତୀବ୍ର ବିରୋଧ କରୁଛନ୍ତି। ଏପରି ସେମାନେ ଛାତ୍ରୀଙ୍କ ସ୍କୁଲ ଉପରକୁ ରସାୟନିକ ପଦାର୍ଥ ପକାଇବାକୁ ପଛାଉ ନ ଥିବା ବେଳେ ହୁ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ଏପରି ଗୁରୁତର ହୋଇଥିବା ୩ଶହରୁ ଅଧିକ ଛାତ୍ରୀଙ୍କର ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି।
ଛାତ୍ରୀଙ୍କ ପାଠ ପଢ଼ା ବନ୍ଦ କରିବାକୁ ସେମାନଙ୍କୁ ଖାଦ୍ୟରେ ବିଷ ଦେବାକୁ ବି ପଛାଉ ନାହାନ୍ତି ଦୁର୍ବୃତ୍ତ। ଇରାନର ରାଜଧାନୀ ତେହରାନ ସମେତ ଦେଶର ବିଭିନ୍ନ ସ୍ଥାନରେ ଏପରି ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରତିବାଦ କରାଯାଉଛି। ସୋଶାଲ ମିଡିଆରେ ବି ଏ ସଂକ୍ରାନ୍ତୀୟ ବହୁ ଭିଡିଓ ସାମନାକୁ ଆସୁଛି।
ଇରାନୀ ମିଡିଆ ଅନୁଯାୟୀ, ଛାତ୍ରୀଙ୍କୁ ବିଷ ଦିଆଯିବା ଘଟଣା ପ୍ରଥମେ ନଭେମ୍ବର ୩୦ରେ ସାମନାକୁ ଆସିଥିଲା। ଏହି ଘଟଣାରେ ଏକ ସ୍କୁଲର ୧୮ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫେବୃୟାରୀ ୧୪ରେ ସମାନ ଘଟଣାରେ ଦେଶର ୧୩ ସ୍କୁଲର ଶହେରୁ ଅଧିକ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ସମଗ୍ର ଦେଶରେ ଏପରି ଘୃଣ୍ୟ କାର୍ଯ୍ୟ ଚାଲିଥିବା ବେଳେ ଏହା ବନ୍ଦ ହେବା ନାଁ ଧରୁନି।

ad-week
Leave A Reply

Your email address will not be published.