ପାକିସ୍ତାନରେ ହୋଲି ପାଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ରୁ ଅଧିକ ଛାତ୍ର ଆହତ…

add-all

ନୂଆଦିଲ୍ଲୀ : କାଙ୍ଗାଳ ପାକିସ୍ତାନ ନିଜର ପ୍ରକୃତି ଛାଡ଼ୁନି । ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି । ଆଉ ଏବେ ହୋଲି ଖେଳକୁ ନେଇ ବିବାଦ ଆରମ୍ଭ ହୋଇଛି । ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାନେ ଆସି ସେମା‌ନଙ୍କୁ ଅଟକାଇଥିଲେ। ଫ‌ଳରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ମାରପିଟ୍ ହୋଇ ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି।

ସୋମବାର ଦିନ ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟ ଓ ୟୁନିର୍ଭସିଟିର ଲ’ କଲେଜ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ମାରପିଟରେ ଏଥିରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି ।

ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ପଞ୍ଜାବ ୟୁନିଭରସିଟିର ଛାତ୍ର କାସିଫ୍ ବ୍ରୋହିଙ୍କ କହିବା ମୁତାବକ, ଛାତ୍ରମାନେ ରଙ୍ଗ ଖେଳିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନଙ୍କ ନିକଟରୁ ଅନୁମତି ଆଣିଥିଲେ। ତା ପରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା ।ଆହତମାନଙ୍କ ମଧ୍ୟରୁ ଜଣେ ଯୁବକ କହିଛନ୍ତି, ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାନେ ଆସି ଗଣ୍ଡଗୋଳ କରିଥିଲେ। ରଙ୍ଗ ଖେଳିବାକୁ ମନା କରିଥିଲେ। ଆମେ ସେମାନଙ୍କୁ ସାମ୍ନା କରିବାରୁ ୟୁନିଭରସିଟିର ଗାର୍ଡ ଆମକୁ ଆକ୍ରମଣ କରିଥିଲେ। ମାତ୍ର ଏଯାଏ ପୋଲିସ ଷ୍ଟେସନରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।

ad-week
Leave A Reply

Your email address will not be published.