ପୁରୀରେ ପୁଣି ନିଆଁ,ନୀଳାଦ୍ରି ମାର୍କେଟ କମ୍ପ୍ଲେକ୍ସରେ ଥିବା ଓଡିଶା ହ୍ୟାଣ୍ଡଲୁମରେ ଅଗ୍ନିକାଣ୍ଡ

add-all

ପୁରୀ: ଆଜି ପୁଣି ପୁରୀରେ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୩୭ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବିଭାଗ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରିଥିଲା। ୨୪ଘଣ୍ଟା ନବିତୁଣୁ ପୁଣି ବଡଦାଣ୍ଡରେ ଥିବା ଆଉ ଏକ ହୋଟେଲରେ ଲାଗିଲା ନିଆଁ। ଇଲେକ୍ଟ୍ରୀ ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା। ତୁରନ୍ତ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଛି। ସୂଚନା ମୂତାବକ ନିଳାଦ୍ରୀ କମ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଓଡିଶା ହ୍ଯାଣ୍ଡଲୁମରେ ନିଆଁ ଲାଗିବା ମାତ୍ରେ ଫାୟାର ଡିଷ୍ଟ୍ଯୁଙ୍ଗାଇଜର ମାଧ୍ୟମରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି।

ଘଟଣାସ୍ଥଳରେ ପୁରୀ ଏସପି କନୱର ବିଶାଲ ସିଂ, ସିଟିଡିଏସପି, ଟାଉନଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ପହଞ୍ଚି ଗହଳି ନିୟନ୍ତ୍ରଣ ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଛନ୍ତି |

ad-week
Leave A Reply

Your email address will not be published.