ବସ୍ତାରୁ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର, ହତ୍ୟା ସନ୍ଦେହ

add-all

ବାଲେଶ୍ୱର : ବସ୍ତାରେ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ନାଳରୁ ଉଦ୍ଧାର ହୋଇଛି। କେହି ଜଣେ ବ୍ୟକ୍ତି କୈାଣସି ଏକ ଲୋକକୁ ହତ୍ୟା କରି ବସ୍ତାରେ ପୁରାଇ ପରିତ୍ୟକ୍ତ ନାଳରେ ଭର୍ତ୍ତି କରିଥିବା ଅନୁମାନ କରାଯାଉଛି। ଦେଢ଼ବର୍ଷ ତଳେ ଏହି ଗାଁର ଜଣେ ଯୁବତୀ ନିଖୋଜ ଥିଲେ। ପରିବାର ଲୋକେ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସେହି ଯୁବତୀର କୈାଣସି ଖୋଜ ଖବର ପାଇନଥିଲେ। ଆଜି କଙ୍କାଳ ଓ ହାଡ଼ ମିଳିବା ପରେ ସେହି ଯୁବତୀଙ୍କର ମୃତଦେହ ହୋଇଥାଇ ପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି ।

ଅଧିକ ତଦନ୍ତ ପାଇଁ ସାଇନଟିଫିକ ଟିମ୍ କୁ ପୁଲିସ ଖବର ଦେଇଥିବା ଜଣାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ ହେଲେ ପ୍ରକୃତ କଙ୍କାଳର ପରିଚୟ ଓ କିଏ କାହିଁକି ହତ୍ୟା କରିଛି ତାହାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

ad-week
Leave A Reply

Your email address will not be published.