କାର କାଚ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌…

add-all

ପାଣିକୋଇଲି: ପାଣିକୋଇଲି ଛକରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ କାର କାଚ ଭାଙ୍ଗି‌ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଜିନିଷ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଭୁବନେଶ୍ୱର ଅଞ୍ଚଳର ସୁବ୍ରତ କୁମାର ଚାନ୍ଦ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତକାଲି ସେ ନିଜ ନେକ୍ସନ କାର (ଓଡି-୦୨ ସିଡି ୧୪୮୯) ନେଇ କୌଣସି କାମରେ କେନ୍ଦୁଝର ଯାଉଥିଲେ। ଅପରାହ୍‌ଣରେ ପାଣିକୋଇଲି ଛକ ନିକଟ ମା’ ହିଙ୍ଗୁଳା କ୍ଲଥ ଷ୍ଟୋର ସମ୍ମୁଖରେ ନିଜ କାର ରଖି ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ।

ପରେ ଆସି ଦେଖନ୍ତି ତ କାରର ଡାହାଣପଟ ଡୋର କାଚ ଭଙ୍ଗାଯାଇଛି। ଭିତରେ ଥିବା ଲାପ୍‌ଟପ ବ୍ୟାଗ୍‌ ନଥିଲା। ବ୍ୟାଗ ମଧ୍ୟରେ ଏକ  ଲାପଟପ, ଆପଲ କମ୍ପାନିର ଆଇପ୍ୟାଡ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ରହିଥିଲା। ପାଖରେ ଥିବା ହିଙ୍ଗୁଳା ଷ୍ଟୋରର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ତିନିଜଣ ଦୁର୍ବୃତ୍ତ ଏସବୁ ଜିନିଷ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୪୮/୨୩ ରୁଜୁ କରିଛି। ସିସି ଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଚାଲୁରହିଛି ବୋଲି ଏଏସଆଇ ସତ୍ୟବାନ ଦାସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.