ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

add-all

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗ୍ରାମ ନିକଟରେ ଦନ୍ତାହାତିର ମୃତଦେହ ଗ୍ରାମବସୀ ଦେଖିବା ପରେ ବନବିଭାଗକୁ ଜଣାଇ ଥିଲେ।ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ।ସକାଳୁ ଦନ୍ତାହାତୀର ମୃତଦେହ ପଡିଥିବବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କୌଣସି ବିଶାକ୍ତ ଖାଦ୍ୟ ଖାଇ ଦନ୍ତାହାତୀର ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।ତେବେ ପୋଷ୍ଟମୋର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ବନବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ad-week
Leave A Reply

Your email address will not be published.